ଦିଲ୍ଲୀ ରେ ଦଙ୍ଗା କାହିଁକି?


ଗତ କିଛିଦିନ ଧରି ଅର୍ଥାତ୍ CAA ଲାଗୁ ହେବାପରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରୀ ରହିଛି। ୩ମାସରୁ ଉର୍ଦ୍ଧ୍ବ ସମୟ ଧରି ଦେଶରେ ଚାଲିଥିବା ଏହି ଆନ୍ଦୋଳନ ହେଉଛି କିଛି ଗୋଷ୍ଠୀ ବା ସମ୍ପ୍ରଦାୟର ରାଜନୈତିକ ଅଭିସନ୍ଧି। ଭାରତର ହୃଦୟ ତଥା ଦେଶର ରାଜଧାନୀ ଦିଲ୍ଲୀ କଥା ଦେଖନ୍ତୁ। ଗତ ୨ ଦିନ ଧରି ସଂଗଠିତ ହେଉଥିବା ଦଙ୍ଗା ତଥା ଭୟାବହ ହିଂସାକାଣ୍ଡ କୁ ଲକ୍ଷ୍ୟ କରନ୍ତୁ ଏହା ସମ୍ପୂର୍ଣ୍ଣ ସୁନିୟୋଜିତ। ଦିଲ୍ଲୀ ନିର୍ବାଚନ ପୂର୍ବରୁ ଶାହୀନବାଗ୍ ରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନାଁ ରେ କରାଯାଉଥିବା ରାସ୍ତାରୋକ ଧୀରେ ଧୀରେ ଶିଥିଳ ହୋଇ ଆସୁଥିବାବେଳେ ହଠାତ୍ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଙ୍କ ଭାରତଗସ୍ତ ତଥା ଜାମିଆ ହିଂସାକାଣ୍ଡରେ ସଂପୃକ୍ତ ଅସାମାଜିକ ଗୋଷ୍ଠୀ ଉପରେ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଏବଂ ସୁପ୍ରିମକୋର୍ଟ ରେ ଶାହୀନବାଗ୍ ରାସ୍ତାରୋକ ଶୁଣାଣି ସମୟରେ ହଠାତ୍ ଦିଲ୍ଲୀର ଜାଫରାବାଦ୍ ଓ ଚାନ୍ଦବାଗ୍ ଅଞ୍ଚଳରେ CAA ବିରୋଧୀ ମାନଙ୍କର ରାସ୍ତାରୋକ ଯାହାଫଳରେ ପାଖାପାଖି ୩୫ ଲକ୍ଷରୁ ଉର୍ଦ୍ଧ୍ବ ନାଗରିକ ପ୍ରଭାବିତ ହେଉଛନ୍ତି ସମ୍ପୂର୍ଣ୍ଣ ଯୋଜନାବଦ୍ଧ। 
ଏବେ ଲକ୍ଷ୍ୟ କରିବା ଦିଲ୍ଲୀ ଦଙ୍ଗା ର ଘଟଣାବଳୀ କୁ ଦିଲ୍ଲୀରେ ମଧ୍ୟ ଦେଶର ଅନ୍ୟ ସ୍ଥାନ ପରି CAA ସପକ୍ଷବାଦୀ ମାନେ ମୌଜପୁର୍ ଅଞ୍ଚଳରେ CAA ସମର୍ଥନରେ ଶୋଭାଯାତ୍ରା କରିଥିଲେ।  ବିପରୀତ ଦିଗରୁ ଅର୍ଥାତ୍ ଜାଫରାବାଦ୍ ପଟରୁ ଶୋଭାଯାତ୍ରା ଉପରକୁ ଅତର୍କିତ ଭାବେ ପଥର ଫିଙ୍ଗାଯିବା ଓ "ମହମ୍ମଦ ଶାହରୁଖ୍" ନାମ୍ନୀ ଜଣେ ଯୁବକ ଖୋଲାଖୋଲି ଭାବେ ସର୍ବସାଧାରଣ ସ୍ଥାନରେ ୮ ରାଉଣ୍ଡ ଗୁଳି ଚଳାଇବା ସହ ପୋଲିସ୍ କୁ ଭ୍ରୁକ୍ଷେପ ନ କରିବା ତା ପଛରେ ଏକ ବୃହତ୍ ଗୋଷ୍ଠୀ କାମ କରୁଥିବାର ପ୍ରମାଣ ଦେଉଛି। ଯାହାବଳରେ ବଳୀୟାନ ହୋଇ ଏପରି କାଣ୍ଡ ଭିଆଇଥିବା ଜଣା ପଡୁଛି। ଏହି ସବୁ ଘଟଣାବଳୀ "ଦି ହିନ୍ଦୁ" ର ପତ୍ରକାର "ସୈାରଭ ତିୱାରୀ"ଙ୍କ ଦ୍ଵାରା ଛଡାଯାଇଥିବା ଭିଡ଼ିଓ ଓ ରିପବ୍ଲିକ ଟିଭି କୁ ଦେଇଥିବା ମତରୁ ସମ୍ପୂର୍ଣ୍ଣ ଭାବେ ଜଣାପଡୁଛି। ସେଠାରୁ ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ଦିଲ୍ଲୀର ଭଜନପୁରା, ଗୋକୁଲପୁରୀ ରୁ ସମ୍ପୂର୍ଣ୍ଣ ପୂର୍ବ ତଥା ଉତ୍ତରପୂର୍ବ ଦିଲ୍ଲୀ କୁ ବ୍ୟାପିଲାଣି। CAA ବିରୋଧୀ ଓ CAA ସପକ୍ଷବାଦୀଙ୍କ ହିଂସାକାଣ୍ଡ ହିନ୍ଦୁ ମୁସଲିମ ଦଙ୍ଗାର ରୂପ ନେଇସାରିଲାଣି।
ପ୍ରକୃତ ପକ୍ଷେ ଏହି ହିଂସାକାଣ୍ଡ ତଥା ଏହାର ପରବର୍ତ୍ତୀ ଫଳ ବିଷୟରେ ଚିନ୍ତା କଲେ ଏହା CAA ବିରୋଧୀ ନୁହେଁ ବରଂ ଉଦ୍ଦେଶ୍ୟ ପ୍ରଣୋଦିତ। ଆମେରିକାର ରାଷ୍ଟ୍ରପତିଙ୍କ ଭାରତଗସ୍ତ ସମୟରେ ତାଙ୍କ ସମ୍ମୁଖରେ ତଥା ବିଶ୍ୱ ସମ୍ମୁଖରେ ଭାରତର ଛବିକୁ ଖରାପ କରିବା ତଥା ଶାହୀନବାଗ୍ ଶୁଣାଣି ଓ ଜାମିଅା ହିଂସାକାଣ୍ଡ କରିଥିବା ବ୍ୟକ୍ତିଙ୍କ ଉପରୁ ନଜର ହଟାଇବା ପାଇଁ ଏସବୁ ଏକ ସୁନିୟୋଜିତ ଚାଲ୍। 
ପ୍ରଥମତଃ ଦିଲ୍ଲୀ ପୋଲିସର ଜାମିଆ ତଦନ୍ତକୁ ଭିତ୍ତିହୀନ ତଥା ମିଥ୍ୟା କହୁଥିବା ତଥାକଥିତ ଶାନ୍ତିପୂର୍ଣ୍ଣ CAA ବିରୋଧୀ ଗୋଷ୍ଠୀ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆସିଥିବା ପୋଲିସ୍ କୁ ମଧ୍ୟ ଛାଡିଲେନି, ଏମାନଙ୍କ ଆକ୍ରମଣରେ ଅନେକ ପୋଲିସ୍ କର୍ମୀ ଆହତ ହେବା ସହ ହେଡ୍ କନଷ୍ଟେବଳ "ରତନ ଲାଲ୍" ବୀରଗତି ପ୍ରାପ୍ତ ହେଲେ। ତଥାପି ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ତଥା ପୋଲିସ୍ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନ୍ତର୍ଗତ ହୋଇଥିବାରୁ କେନ୍ଦ୍ର ସରକାର କୁ ବଦନାମ୍ କରିବା ଆଳରେ ଦିଲ୍ଲୀ ପୋଲିସ୍ ଉପରକୁ ଆଙ୍ଗୁଠି ଉଠାଇବାକୁ ପଛାଉନାହାନ୍ତି। ହିଂସା ଉଦ୍ରେକକାରୀ ଭାଷଣ ଦେଉଥିବା ଓବେସୀ, ୱାରିସ୍ ପଠାନ୍, ଦେଶଦ୍ରୋହୀ ଶର୍ଜିଲ ଇମାମ୍ ତଥା ଆପ୍ ବିଧାୟକ ଅମାନୁତୁଲ୍ଲା ଖାନ୍ ଆଦିଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ବେଆଇନ ରାସ୍ତାରୋକ ଉଚ୍ଛେଦ ପାଇଁ ବକ୍ତବ୍ୟ ଦେଉଥିବା କପିଲ୍ ମିଶ୍ରାଙ୍କୁ ହିଂସାକାଣ୍ଡର କାରଣ ଦର୍ଶାଯାଉଛି। ଆଶ୍ଚର୍ଯ୍ୟର କଥା ଦିଲ୍ଲୀରେ ଏତେ ସବୁ ଘଟଣା ଘଟିସାରିଥିଲେ ମଧ୍ୟ ତଥାକଥିତ ବୁଦ୍ଧିଜୀବୀ, ଆୱାର୍ଡ଼ ୱାପସୀ ଦଳ ତଥା ବଲିଉଡ୍ ର କୌଣସି କଳାକାର ଏ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି। ଏତେ ବଡ଼ ହିଂସାକାଣ୍ଡ ହେବାର ୨୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ତଥା ସରକାରୀ ଦଳର ୬୨ ବିଧାୟକ ନୀରବ ରହିବା ସବୁଠୁ ବଡ଼ ପ୍ରଶ୍ନବାଚୀ। 
ଏସବୁ ଘଟଣାରୁ ଏହା ସ୍ପଷ୍ଟ ଭାବେ ଅନୁମେୟ ଯେ CAA ଭଳି ଏକ ଜନମଙ୍ଗଲକାରୀ ଯୋଜନାକୁ ବିରୋଧ କରିବା ଆଳରେ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ତଥା ଗୋଷ୍ଠୀର ବ୍ୟକ୍ତି ନିଜ ଇପ୍ସିତ ରାଜନୈତିକ ଅଭିସନ୍ଧି ହାସଲ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ନିନ୍ଦନୀୟ।